ଏଇ ମୋ ଜୀବନରେ (ସସ୍ମିତା ଲେଙ୍କା)

ଏଇ ମୋ ଜୀବନରେ 

(ସସ୍ମିତା ଲେଙ୍କା, ସିମୁଳିଆ,ବାଲେଶ୍ୱର)




ସବୁକିଛି ହସି ହସି ହରେଇ ସାରିଥିବା

ନିଶ୍ୱ ମଣିଷ ଟେ ମୁଁ....


ସ୍ୱପ୍ନ ତ ଅନେକ ଏ ଆଖିରେ ଥିଲା

ହେଲେ ସମୟ ସବୁକିଛି

ନୀରବରେ ଛଡାଇ ନେଲା


ଅନେକ ନିଜର ମଣିଷ ଙ୍କୁ

ଏ ହୃଦୟରେ ସାଇତି ଥିଲି

ହେଲେ ସେମାନେ ମୋତେ

ସ୍ମୃତି ର ଅଧୁରା ପୃଷ୍ଟା ରେ 

ଛାଡିଦେଇ ଗଲେ


ଅନେକ ଥର କ୍ଷତାକ୍ତ ହେଲି

ତଥାପି କାହାରି ଆଗରେ

ଲୁହ ଗଡାଇଲି ନାହିଁ

କାରଣ; ମୋ ଦୁଃଖର ବୋଝ କୁ

କାହା ହୃଦୟ ଉପରେ ମୁଁ

କେବେ ଲଦିବାକୁ ଚାହିଁନି


ହସ ଥିଲା ମୋର ପରିଚୟ

ଆଉ ଏବେ ନିରବତା ସାଜିଲା

ମୋର ସବୁଠୁ ବିଶ୍ୱସ୍ଥ ସାଥୀ


ଜୀବନ ସବୁକିଛି ମୋଠୁ ଛଡାଇ ନେଲା ହେଲେ

ଅଭିଯୋଗ କରିବାଟା

ଶିଖାଇ ପାରିଲା ନାହିଁ


ଅଭିମାନ ମଧ୍ୟ କରିପାରିଲି ନାହିଁ

ବୋଧ ହୁଏ ମୋ ଶବ୍ଦ କୋଷ ରେ

''ଅଭିମାନ" ଶବ୍ଦ ଟିକୁ ମୁଁ ପଢିନଥିଲି


ସେଇ ମଣିଷ ମାନଙ୍କ ବାଟରେ

କଣ୍ଟା ନଥାଉ ତଥାପି ମୋ ପାଦ

ରକ୍ତାକ୍ତ ହେଲେ ଚଳିବ

ସେମାନଙ୍କ ଜୀବନ ରେ ଆଲୋକ ଭରିଯାଉ

ମୋ ଅସ୍ତିତ୍ୱ ପାଉଁଶ ହେଲେ ବି ଚଳିବ


ହୃଦୟର ଏହି ଅକୁହା ବେଦନା 

କିଏ ବା ବୁଝି ପାରିବ

କାରଣ ଆଖିରୁ ଝରୁଥିବା 

ଲୁହର ହିସାବ କେହି ରଖନ୍ତି ନାହିଁ


କିନ୍ତୁ; ହସୁଥିବା ମୁହଁ କୁ ଦେଖି

ସମସ୍ତେ କୁହନ୍ତି

''ସେତ ବହୁତ ଖୁସି ରେ ଅଛି...."


      ~~~~☆☆~~~~


ବୋଧ ହୁଏ ଏଇ ମୋ ଜୀବନ

କାହାଣୀ ର ବିବେଚନା

      ହସି ହସି ବନ୍ଚିଲି

      ହସି ହସି ସହିଲି

ଆଉ ସବୁ କିଛି ହସି ହସି ହରେଇ ଦେଲି.....✍️💫😔

              

                 

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!